ଟୋକିଓ,ଏଜେନ୍ସି: ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଭାରତର ଷ୍ଟାର ଜାଭଲିନ ଥ୍ରୋୟର ନିରଜ ଚୋପ୍ରା ଅଲମ୍ପିକ୍ସରେ ଇତିହାସ ରଚିଛନ୍ତି। ଚଳିତ ବର୍ଷ ଜାଭଲିନ ଥ୍ରୋରେ ସର୍ବାଧିକ ୮୭.୫୮ ମିଟର ଥ୍ରୋ କରି ନିରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦ୍ୱିତୀୟ ଥର ପ୍ରସାରେ ନିରଜ ଏହି ସଫଳତା ସୁନିଶ୍ଚିତ କରିଥିଲେ। ଏଥିସହିତ ଚଳିତ ବର୍ଷର ଆଥଲେଟରେ ଭାରତକୁ ପ୍ରଥମ ପଦକ ମିଳିଛି। ରାଜପୁତନା ରାଇଫଲରେ ସେ ସୁବେଦାର ଭାବେ କାର୍ଯ୍ୟରତ ଅଛନ୍ତି।
ସେହିପରି ଆଜିର ଜାଭଲିନ ଖେଳରେ ସିଜେକର ଦୁଇ ଖେଳାଳି ରୋପ୍ୟ ଓ କାଂସ୍ୟ ପଦକ ହାସିଲ କରିଛନ୍ତି। ୮୬.୬୭ ମିଟର ଥ୍ରୋ କରି ଜାକୁବ ଭାଦଲେଚ ଦ୍ୱିତୀୟ ସ୍ଥାନ ତଥା ରୋପ୍ୟ ପଦକ ଏବଂ ୮୫.୪୪ ମିଟର ଥ୍ରୋ କରି ବିଟଦେସ୍ଲାବ ବେସଲି ତୃତୀୟ ସ୍ଥାନ ତଥା କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହିତ ୧୩ ବର୍ଷ ପରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ୨୦୦୮ରେ ସୁଟିଂରେ ଅଭିନବ ବିନ୍ଦ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ।
- ବିଭିନ୍ନ ସ୍ଥାନରୁ ନିରଜଙ୍କୁ ଶୁଭେଚ୍ଛାର ସୁଅ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ କହିଛନ୍ତି କି ନିରଜଙ୍କ ଏହି ସଫଳତା ଯୁବକଙ୍କୁ ଉତ୍ସାହିତ କରିବ। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ଏହା ଏକ ଅବିଶ୍ୱାସନୀୟ ସଫଳତା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ କହିଛନ୍ତି କି ନିରଜଙ୍କ ଏହି ସଫଳତା ଚିର ସ୍ମରଣୀୟ ହୋଇ ରହିବ।
- ଓଡ଼ିଶାରେ କ୍ୟାମ୍ପ କରିଥିଲେ ନିରଜ
ଅଲମ୍ପିକରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ନିରଜ ଓଡ଼ିଶାର ଭୁବନେଶ୍ୱରକୁ ଆସିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ ନିରଜ। ସେହି ସମୟରେ ନିରଜଙ୍କ ସହ ପୂରା ଜାଭେଲିନ ଟିମ କଳିଙ୍ଗ ଷ୍ଟାଡିୟମରେ ଥିଲେ। ସେଠାରେ ସେ କିଛିଦିନ ପାଇଁ କ୍ୟାମ୍ପ କରିଥିଲେ। ଏନେଇ ସୂଚନା ଦେଲେ କ୍ରୀଡ଼ା ସଚିବ ଆର ଭୀନିଲକ୍ରିଷ୍ଣା।