ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ଭିତରେ କ୍ରିକେଟ ଫ୍ୟାନଙ୍କୁ ମିଳିଛି ଖୁସି ଖବର। ଆସନ୍ତା ବର୍ଷ ଆରମ୍ଭରୁ ଭାରତରେ ପୁଣିଥରେ ଆରମ୍ଭ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ୪ଟି ଟେଷ୍ଟ, ୫ ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ଭାରତ ଗସ୍ତରେ ଆସିବ ଇଂଲଣ୍ଡ। ଆଜି ଏ ସମ୍ପର୍କରେ ବିସିସିଆଇ ଓ ଇସିବି ପକ୍ଷରୁ ଘୋଷଣା କରାଯାଇଛି।
ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ପ୍ରଥମେ ଟେଷ୍ଟ, ପରେ ଟି-୨୦ ଓ ଶେଷରେ ଦିନିକିଆ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ଚେନ୍ନାଇରେ ଫେବୃଆରୀ ୫ରୁ-୯ ତାରିଖ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ୧୩ ଫେବୃଆରୀରେ ଚେନ୍ନାଇରେ ଖେଳାଯିବ। ଏହାପରେ ତୃତୀୟ ଟେଷ୍ଟ ମ୍ୟଚ୍ ୨୪ ଫେବୃଆରୀରେ ଓ ଚତୁର୍ଥ ଟେଷ୍ଟ ମ୍ୟାଚଟି ୪ ମାର୍ଚ୍ଚରେ ଅହମ୍ମଦାବାଦରେ ଖେଳାଯିବ ବୋଲି ଜଣାପଡ଼ିଛି।
ଏହାପରେ ସେହି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ୫ଟି ଯାକ ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-୨୦ ମାର୍ଚ୍ଚ ୧୨ରେ ଖେଳାଯିବ। ଏହାପରେ ୧୪, ୧୬, ୧୮ ଓ ୨୦ ତାରିଖରେ ବାକି ୪ଟି ଯାକ ମ୍ୟାଚ୍ ଖେଳାଯିବ।
ଦିନିକିଆ ସିରିଜ୍ର ୩ଟି ଯାକ ମ୍ୟାଚ ପୁଣେରେ ଖେଳାଯିବ। ଏହି ସିରିଜ୍ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ ଓ ଶେଷ ମ୍ୟାଚଟି ୨୮ ମାର୍ଚ୍ଚରେ ଖେଳାଯିବ। ଏହି ଲମ୍ବା ସିରିଜରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ।