ଏଜବେସ୍ଟନରେ ହାରିଲା ଭାରତ: ସିରିଜ ୨-୨ରେ ଡ୍ର

ନୂଆଦିଲ୍ଲୀ: ଭାରତ ବିରୋଧରେ ବର୍ମିଂଘମର ଏଜବେସ୍ଟନରେ ଇଂଲଣ୍ଡ ଇତିହାସ ରଚିଛି । ଇଂଲଣ୍ଡ ଉକ୍ତ ମ୍ୟାଚକୁ ୭ ୱିକେଟରେ ଭାରତକୁ ହରାଇ ଦେଇଛି । ଏଥିସହିତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି।

ଇଂଲଣ୍ଡକୁ ଭାରତ ୩୭୮ ରନର ଲକ୍ଷ୍ୟ ଦେଇଥିଲା । ମାତ୍ର ୩ ୱିକେଟ ହରାଇ ଇଂଲଣ୍ଡ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଇଂଲଣ୍ଡ ପାଇଁ ଦ୍ୱିତୀୟ ପାଳିରେ ଜୋ ରୁଟ ଓ ଜୋନୀ ବେୟରଷ୍ଟୋ କମାଲ କରିଥିଲେ । ଋଟ ୧୪୨ ଏବଂ ବେୟରଷ୍ଟୋ ୧୧୪ ରନର ଅପରାଜିତ ପାଳି ଖେଳିଥିଲେ ।