ଋଷ ଓ ୟୁକ୍ରେନ ମଧ୍ୟରେ ଭାରତ ମଧ୍ୟସ୍ଥତା କରିପାରିବ: ଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଭାରତ ମଧ୍ୟସ୍ଥତା କରିପାରିବ । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ । ଲାବରୋବ କହିଛନ୍ତି ଯେ, ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଦେଶ । ଭାରତ ନ୍ୟାୟସଙ୍ଗତ ଓ ତର୍କସଙ୍ଗତ ଦୃଷ୍ଟିକୋଣରୁ ନିଜ ସ୍ଥିତି ସହ ଅନ୍ତରାଷ୍ଟ୍ରୀୟ ସମସ୍ୟାର ସମାଧାନ କରିପାରିବ ।

୨ ଦିନିଆ ଆନୁଷ୍ଠାନିକ ଯାତ୍ରାରେ ଗୁରୁବାର ଦିଲ୍ଲୀ ପହଂଚିଥିବା ଲାବରୋବ ସ୍ୱତନ୍ତ୍ର ଭାରତୀୟ ବିଦେଶ ନୀତିକୁ ପ୍ରଶଂସା କରିଥିଲେ । ଏଥିସହିତ ଭାରତ ଉପରେ ଆମେରିକାର ଚାପ, ତୈଳଦର ବୃଦ୍ଧି ଓ ଋଷ ଉପରେ ପ୍ରତିବନ୍ଧ ସହ ଅନେକ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ । ଭାରତୀୟ ବିଦେଶ ନୀତି ସ୍ୱତନ୍ତ୍ରତା ଓ ବାସ୍ତବିକ ରାଷ୍ଟ୍ରୀୟ ହିତ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ବୋଲି ଲାବରୋବ କହିଛନ୍ତି ।