ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-୨୦: ସିରିଜ୍ କବ୍‌ଜା କଲା ଭାରତ, ୧୨୧ରେ ଇଂଲଣ୍ଡ ଅଲ୍‌ଆଉଟ୍

ଏଜବେଷ୍ଟନ,ଏଜେନ୍ସି: ସିରିଜ୍ କବ୍‌ଜା ଭାରତ। ମାତ୍ର ୧୭ ଓଭରରେ ୧୨୧ ରନ୍‌ରେ ଅଲ୍‌ଆଉଟ ହେଲା ଇଂଲଣ୍ଡ। ୪୯ ରନ୍‌ରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଏଜବେଷ୍ଟନରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ୧୭୧ ରନ୍‌ ଟାର୍ଗେଟ୍ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ମାତ୍ର ୧୨୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି।