ପିପିଇ ଉତ୍ପାଦନରେ ଭାରତ ଦ୍ୱିତୀୟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରକୋପ ଜାରି ରହିଥିବାବେଳେ ଭାରତ ଦୁଇ ମାସ ମଧ୍ୟରେ ପିପିଇ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ପହଁଚିଛି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। କପଡ଼ା ମନ୍ତ୍ରଣାଳୟର ବୟାନ ମୁତାବକ, ପିପିଇର ଗୁଣବତ୍ତା ଓ ମାତ୍ରାରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଫଳରେ ମାତ୍ର ଦୁଇ ମାସ ମଧ୍ୟରେ ହିଁ ଭାରତ ପିପିଇର ଦ୍ୱିତୀୟ ଉତ୍ପାଦନ କେନ୍ଦ୍ର ହୋଇପାରିଛି। ଏଥି ସହିତ କେବଳ ପ୍ରମାଣସିଦ୍ଧ କମ୍ପାନୀ ଦ୍ୱାରା ଯେପରି ପିପିଇ ଉତ୍ପାଦନ କରାଯିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ପିପିଇ ଉତ୍ପାଦନରେ ଚୀନ୍ ସବୁଠୁ ଆଗରେ ରହିଛି।
ସୂଚନାଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୧୮ ହଜାର ୪୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ହଜାର ୫୮୩ ଜଣଙ୍କର ମୃତ୍ୟୁ ଘଟିଛି।