ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଦ୍ରୁତ ଗତିରେ ଆଗେଇ ଲାଗିଛି। ଇତିମଧ୍ୟରେ ଭ୍ୟାକ୍ସିନ ଡୋଜ୍ ଲଗାଇବା ମାମଲାରେ ଆମେରିକାକୁ ଭାରତ ପଛରେ ପକାଇ ଦେଇଛି। ଟିକାକରଣ ମାମଲାରେ କେବଳ ଆମେରିକା ନୁହେଁ ବ୍ରିଟେନ, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସଠୁ ବି ଭାରତ ଆଗରେ ରହିଛି। ଭାରତର ଏହି ଐତିହାସିକ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି। ମୋଦୀ କହିଛନ୍ତି ଯେ, ଭାରତରେ ଟିକାକରଣ ଗତି ଜୋର ଧରିଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କୁ ଫ୍ରିରେ ଭ୍ୟାକ୍ସିନ ପ୍ରଦାନ କରିବା ହେଉଛି ଆମର ପ୍ରାଥମିକତା।

ଦ୍ୟ ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୩୨.୩୬ କୋଟି ଭ୍ୟାକ୍ସିନ ଡୋଜ୍ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୧୭ଲକ୍ଷ ୨୧ହଜାର ୨୬୮ଜଣ ଟିକା ନେଇଛନ୍ତି। ଟିକାକରଣ ମାମଲାରେ ଚୀନ ଶୀର୍ଷରେ ରହିଛି।