ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ଶୃଙ୍ଖଳା ଆଜିଠୁ, ରବୀନ୍ଦ୍ର ଜାଦେଜାଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୫ ମ୍ୟାଚର ଟି-୨୦ ଶୃଙ୍ଖଳା ଆଜିଠାରୁ ଆରମ୍ଭ ହେଉଛି । ତ୍ରିନିଦାଦର ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀରେ ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଖେଳାଯିବ । ଭାରତୀୟ ଟିମ୍ ନିକଟରେ ଦିନିକିଆ ଶୃଙ୍ଖଳାରେ ଶୃଙ୍ଖଳାକୁ ୩-୦ରେ ପରାସ୍ତ କରିଥିବାରୁ ମନୋବଳକୁ ଦୃଢ଼ କରିଛି । ଦିନିକିଆ ତୁଳନାରେ ଟି-୨୦ ଶୃଙ୍ଖଳା ପାଇଁ ଭାରତ ନୂଆ ଟିମ୍ ପଠାଇଛି । ଅଧିନାୟକ ରୋହିତ ଶର୍ମା ସମେତ ଅନେକ ପ୍ରମୁଖ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ।

ଟି୨୦ ବିଶ୍ୱକପ ଏବଂ ଏସିଆ କପକୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ପାଇଁ ଏହି ଟି-୨୦ ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ । ଭାରତ ପାଖରେ ଶୀର୍ଷ କ୍ରମରେ ରୋହିତ ଶର୍ମା, ଋଷଭ ପନ୍ତ, ଶ୍ରେୟସ ଆୟର ଭଳି ଖେଳାଳି ଅଛନ୍ତି । ପୂର୍ବରୁ ହିଁ ମଧ୍ୟ କ୍ରମର ବ୍ୟାଟର ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ମହଜୁଦ ଅଛନ୍ତି । ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାରଙ୍କ ଭଳି ଅଭିଜ୍ଞ ବୋଲର ଅଛନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏପର୍ଯ୍ୟନ୍ତ କୌଣସି ଶୃଙ୍ଖଳାରେ ପରାସ୍ତ ହୋଇନାହିଁ । ତେଣୁ ରୋହିତ ଏହି ପରଂପରା ଜାରି ରଖିବାକୁ ଉଦ୍ୟମ କରିବେ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ କରିବେ । ଅନ୍ୟପଟରେ ୱେଷ୍ଟଇଣ୍ଡିଜ ଟିମ୍‌ରେ ବିସ୍ଫୋରକ ବ୍ୟାଟରଙ୍କ ଅଭାବ ନାହିଁ । ଶିମରନ ହେଟମେୟର, ଓଡିୟନ ସ୍ମିଥ ଭଳି ଖେଳାଳି ଅଛନ୍ତି । ତେବେ ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଦେଜାଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି । ସେ ଖେଳିବେ କି ନାହିଁ ତାହା ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇପାରି ନାହିଁ ।