ବାରବାଟୀ ଟି-ଟ୍ୱୋଣ୍ଟି ପାଇଁ ଭୁବନେଶ୍ୱରରେ ୨ ଦେଶର ଖେଳାଳି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱୋଣ୍ଟି ମ୍ୟାଚ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ବସ୍ ଯୋଗେ ୨ ଦେଶର ଖେଳାଳି ମେ’ ଫେୟାର ହୋଟେଲରେ ପହଞ୍ଚିଛନ୍ତି । ସେଠାରେ ନୃତ୍ୟ ଓ ପାରମ୍ପରିକ ଢଙ୍ଗରେ ଉଭୟ ଦେଶର ଖେଳାଳିଙ୍କୁ ସ୍ୱାଗତ କରାଯାଇଛି ।

ସୂଚନାଯୋଗ୍ୟ, ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳାଯିବ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-ଟ୍ୱୋଣ୍ଟି ମ୍ୟାଚର ଭାରତକୁ ପରାଜିତ ହୋଇଥିଲା ।