ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସେପ୍ଟେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି । ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜୟ ଶାହ ୨୦୨୩-୨୪ ବର୍ଷର କ୍ରିକେଟ କ୍ୟାଲେଣ୍ଡର ସେୟାର କରିଛନ୍ତି । ଏଥିରେ ମ୍ୟାଚର ସୂଚୀ ଦିଆଯାଇଛି । ଚଳିତ ବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ ।
କ୍ରିକେଟ କ୍ୟାଲେଣ୍ଡର ଅନୁସାରେ, ଏସିଆର କପର ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନ ରହିଥିବାବେଳେ ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ବାଙ୍ଗଲାଦେଶ ଓ ଆଫଗାନିସ୍ତାନ ରହିବେ । ଏଥିରେ ମୋଟ ୧୩ଟି ମୁକାବିଲା ହେବ । ସୁପର ୪ ମଧ୍ୟରେ ୬ଟି ମୁକାବିଲା ହେବ । ଏହାପରେ ଡିସେମ୍ବରରେ ପୁରୁଷ ଅଣ୍ଡର ୧୯ ଏସିଆ କପର ମଧ୍ୟ ଆୟୋଜନ କରାଯିବ ।