ଆଜିଠୁ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ଭାରତ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ଐତିହାସିକ ଲର୍ଡସ ପଡ଼ିଆରେ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ ହେବ। ବର୍ଷା ଯୋଗୁଁ ପ୍ରଥମ ଟେଷ୍ଟମ୍ୟାଚର ଅନ୍ତିମ ଦିନ ବର୍ଷାରେ ଧୋଇ ଯିବାରୁ ମ୍ୟାଚ୍ ଅମୀଂମାସିତ ରହିଥିଲା। ନିରାଶ ହୋଇଥିଲା ଟିମ୍ ଇଣ୍ଡିଆ। ଦ୍ବିତୀୟ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି ଭାରତ।

ଲର୍ଡସ ଟେଷ୍ଟକୁ ଓହ୍ଲାଇବାକୁ ଯାଉଥିବା ଭାରତ ବିଶେଷ କରି ବ୍ୟାଟିଂରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଟ୍ରେଣ୍ଟ୍ ବ୍ରିଜ୍ ଟେଷ୍ଟରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଆଗଧାଡ଼ିର ବ୍ୟାଟିଂ ନୈରାଶ୍ୟଜନକ ଥିଲା। ଆହତ କାରଣରୁ ଏହି ମ୍ୟାଚରୁ ଭାରତୀୟ ପେସ୍ ବୋଲର ସାର୍ଦ୍ଦୁଳ ଠାକୁର ବାଦ୍ ପଡ଼ିଛନ୍ତି। ପ୍ରଥମ ଟେଷ୍ଟରେ ଅଶ୍ବିନ ନ ଖେଳିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ତେବେ ଆଜିର ମ୍ୟାଚରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି।

ପ୍ରଥମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜା ଭଲ ବ୍ୟାଟିଂ କରିଥିବାରୁ ତାଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେପେଟ ଆଣ୍ଡରସନ୍ ଓ ବ୍ରଡ୍ ଆହତ ହେବା ଇଂଲଣ୍ଡ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମ ଟେଷ୍ଟରେ ଭାରତ ଅପେକ୍ଷା ଇଂଲଣ୍ଡ ଅଧିକ ଚାପରେ ରହିଥିବାବେଳେ ଘରୋଇ ଦଳ ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଲର୍ଡସରେ ଉଭୟ ଦଳ ତିନିବର୍ଷ ତଳେ ଶେଷ ଥର ପାଇଁ ଟେଷ୍ଟ୍ ଖେଳିଥିଲେ।