ରାଜଧାନୀର ଛାତି ଉପରେ ଯୁବତୀଙ୍କ ଉପରକୁ ଏସିଡ ମାଡ, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନଗହଳିପୂର୍ଣ୍ଣ ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଛି। ଏହି ଘଟଣା ଘଟିଛି ଖୋଦ୍ ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁ’ରେ। ଏସିଡ ମାଡ ହୋଇଥିବା ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ସଙ୍ଗିନ୍ ଅବସ୍ଥା ହେବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଜଣାପଡ଼ିନି। ପୁଲିସର ଖୋଳତାଡ଼ ପରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ପରେ ସମ୍ପର୍କରେ ମତାନ୍ତର ଆସିବାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସଠିକ୍ ସୂଚନା ବର୍ତ୍ତମାନ ଯାଏଁ ମିଳିପାରି ନାହିଁ।