ରବିବାର ଭାରତ-ଚୀନ ୧୬ତମ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦ୍ଦାଖ ଏଲ୍‌ଏସିରେ ଏବେବି ଭାରତ ଓ ଚୀନ ମଧ୍ୟରେ ଏବେ ମୁହାଁମୁହିଁ ଭଳି ପରିସ୍ଥିତି ଜାରି ରହିଛି । ଏହାକୁ ନେଇ ଜୁଲାଇ ୧୭ ତାରିଖରେ ଭାରତ ଓ ଚୀନ ମଧ୍ୟରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା ହେବ । ମାର୍ଚ୍ଚ ୧୧ ତାରିଖର ଦୁଇ ଦେଶରେ ମଧ୍ୟରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତିକୁ ନେଇ ୧୫ତମ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ।

୨୦୨୦ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ହିଂସା ପରେ ଲଗାତାର କମାଣ୍ଡର ସ୍ତରୀୟ ବୈଠକ ହୋଇ ଆସୁଛି । ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଠକ ଏତେ ଦିନର ଅନ୍ତର ଦେଖିବାକୁ ମିଳିଛି । ଭାରତୀୟ ସେନା ଓ ଚୀନ୍‌ର ପିପୁଲ ଲିବରେସନ ଆର୍ମୀ ମଧ୍ୟ ଶାନ୍ତି ବଜାୟ ରଖିବାକୁ କମାଣ୍ଡର ସ୍ତରୀୟ ଆଲୋଚନା ହେବ ।