ଜାନୁଆରୀ ୧୨’ରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇପାରେ ୧୪ ତମ କୋର କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଜାନୁଆରୀ ୧୨ ରେ ଭାରତ ଏବଂ ଚୀନ୍ ୧୪ ତମ କୋର କମାଣ୍ଡର ସ୍ତରୀୟ ଆଲୋଚନା କରିବାର ସମ୍ଭାବନା ରହିଛି। ଅକ୍ଟୋବର ମାସରେ ୧୩ ତମ ବୈଠକରେ କୌଣସି ସମାଧାନ ବାହାରି ପାରି ନଥିଲା ଏବଂ ଅସ୍ଥିରତା ସହିତ ବୈଠକ ଶେଷ ହୋଇଥିଲା। ଖବର ମୁତାବକ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଥିବା ସଘର୍ସ ସ୍ଥଳରୁ ସେନା ଅପସାରଣ ପାଇଁ ଏହି ବୈଠକରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ରହିବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ପୂର୍ବରୁ କହିଥିଲା ଯେ ଚୀନ୍ ପକ୍ଷରୁ ପୂର୍ବ ଲଦାଖର ସ୍ଥିତିକୁ ଦୃଢ଼ କରିବା ପାଇଁ ଚୀନ୍ ପକ୍ଷ ସହିତ ଅନେକ ରାଉଣ୍ଡ ସାମରିକ ଆଲୋଚନା ହୋଇଛି। ମେ ୨୦୨୦ ଆରମ୍ଭରେ ମୁହାଁମୁହିଁ ହେବା ପୂର୍ବରୁ ବିଦ୍ୟମାନ ଥିବା ସ୍ଥିତିକୁ ଫେରିବା ପାଇଁ ଭାରତ ଦୃଢ଼ ଦାବି କରିଛି।

ଜୁନ୍ ୨୦୨୦ ରେ ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ସାଂଘାତିକ ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ଉଭୟ ପକ୍ଷ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା ପରେ ଫେବୃଆରୀରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ବ୍ୟାଙ୍କରୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରିସାରିଛନ୍ତି।

ନିକଟରେ ଚୀନ୍ ସୈନ୍ୟବାହିନୀର ପ୍ରଚାରକୁ ପ୍ରତିହତ କରି ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ମଙ୍ଗଳବାର ଦିନ ଲଦାଖର ଗାଲୱାନ୍ ଭ୍ୟାଲିରେ ତ୍ରିରଙ୍ଗା ସହିତ ଭାରତୀୟ ସୈନିକଙ୍କ ଫଟୋ ପ୍ରକାଶ କରିଛି। ତିନି ଦିନ ପୂର୍ବେ ସୋସିଆଲ ମିଡିଆରେ ଚାଇନା ସୈନ୍ୟ ନୂଆ ବର୍ଷରେ ଚାଇନାର ପତାକା ଗାଲୱାନ୍ ଉପତ୍ୟକାରେ ଉତ୍ତୋଳନ କରିଥିଲା ବୋଲି ପୋଷ୍ଟ କରିଥିଲେ। ଏହାର ଯବାବରେ ମଙ୍ଗଳବାର ଦିନ ଭାରତୀୟ ସେନା ଦ୍ୱାରା ପ୍ରକାଶିତ ଏକ ଫଟୋରେ ପ୍ରାୟ ୩୦ ଜଣ ଭାରତୀୟ ସୈନିକ ଗାଲୱାନ୍ ଭ୍ୟାଲିରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।