କୋଲକତା,ଏଜେନ୍ସି: କୋଲକତାର ଇଡେନ ଗାଡେନ୍ସରେ ଶୁକ୍ରବାର ଦିବା ରାତ୍ରି ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା, କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ଉଦଘାଟନ କରିବା ସହ ଖେଳାଳୀମାନଙ୍କୁ ଭେଟିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଐତିହାସିକ ପିଙ୍କ୍ ବଲ ମ୍ୟାଚରେ ବାଂଲାଦେଶ ଦଳର ବ୍ୟାଟିଂ ବିପର୍ୟ୍ୟୟ ହୋଇଛି ।
