ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍: ଭାରତ ୨୧୭ରେ ଅଲଆଉଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚର ପ୍ରଥମ ପାଳିରେ ଭାରତ ୨୧୭ରେ ଅଲଆଉଟ ହୋଇଯାଇଛି। ଏଥିରେ ନ୍ୟୁଜିଲାଣ୍ଡର ଦକ୍ଷ ବୋଲର କାଇଲ ଜେମିସନ ୫ଟି ୱିକେଟ ହାସଲ କରିଥିବା ବେଳେ ଭାରତ ପାଇଁ ଘାତକ ହୋଇଛନ୍ତି।

ଭାରତୀୟ ଟିମ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଂ କରିଥିବା ବେଳେ ୬୨ ରନରେ ପ୍ରଥମ ୱିକେଟ ପତନ ହୋଇଥିଲା। ତେବେ ମ୍ୟାଚର ପ୍ରଥମ ପାଳିରେ ରୋହିତ ଶର୍ମା ପ୍ରଥମେ ୬୮ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ସେହିପରି ଶୁଭମନ ଗିଲ ୬୪ ବଲରେ ୨୮ ରନ୍, ବିରାଟ କୋହଲି ୧୩୨ ବଲରେ ୪୪ ରନ୍, ଅଜିଜ୍ଞା ରାହଣେ ୧୧୭ ବଲରେ ୪୯ ରନ୍, ରବିନ୍ଦ୍ର ଜାଡେଜା ୫୩ ବଲରେ ୧୫ ରନ୍ ଓ ଅଶ୍ୱିନ ୨୭ ବଲରେ ୨୨ ରନ କରିଛନ୍ତି। ଏଥିସହିତ ୯୨.୧ ଓଭର ସହିତ ଦଳର ସମୁଦାୟ ସ୍କୋର ୨୧୭ରେ ପହଞ୍ଚିଛି।

ଅନ୍ୟପଟେ ବିପକ୍ଷ ଦଳର ବୋଲର କାଇଲ ଜେମିସନ ୨୨ ଓଭର ବୋଲିଂ କରି ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ୩୧ ରନ୍ ଦେଇଛନ୍ତି। ସେହିପରି ଟ୍ରେଣ୍ଟ ବୋଲ୍ଟ ୨ଟି, ନେଲ ୱାଗନର ୨ଟି ଓ ଟିମ୍ ସାଉଥି ୧ଟି ୱିକେଟ ହାସିଲ କରିଛନ୍ତି।