କରୋନା ଟିକାକରଣ ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ଦେଶର ଆଜି କରୋନା ଟିକାକରଣ ୧୦୦ କୋଟି ଡୋଜରେ ପହଂଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ଏହା ପ୍ରତିଫଳ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏହାକୁ ଏକ ମହାନ ଉପଲବ୍ଧି ସ୍ୱରୂପ ଉତ୍ସବ ରୂପେ ପାଳିବାକୁ ପ୍ରସ୍ତୁତି ଚଲାଇଛି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠୁ ବଡ଼ ଖଦି ତ୍ରିରଙ୍ଗାକୁ ଲାଲକିଲ୍ଲାରେ ଉଡ଼ାଯିବ। ଏହି ତ୍ରିରଙ୍ଗାର ଲମ୍ବ ୨୨୫ ଫୁଟ, ଉଚ୍ଚତା ୧୫୦ ଫୁଟ ଓ ଓଜନ ୧୪୦୦ କିଲୋଗ୍ରାମ ହେବ। ଏହି ତ୍ରିରଙ୍ଗାଟି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲେହରେ ଉଡ଼ା ଯାଇଥିଲା।