ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ

ନୂଆଦିଲ୍ଲୀ,ଏଜେନ୍ସି: ଆୟକର ବିଭାଗ ଆୟକର ଦାଖଲ କରିବାର ସମୟସୀମାକୁ ପୁଣି ଥରେ ବଢ଼ାଇ ଦେଇଛି। ବ୍ୟକ୍ତିଗତ କରଦାତାମାନେ ଏବେ ୧୦ ଜାନୁଆରୀ ୨୦୨୧ ତାରିଖ ଯାଏ ରିଟର୍ଣ୍ଣ ଦାଖଲ କରିପାରିବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ ମହାମାରୀ ଯୋଗୁଁ ସରକାର ବିଭିନ୍ନ ଅନୁପାଳନର ସମୟସୀମାକୁ ବଢ଼ାଇଛି। ଯେଉଁମାନଙ୍କର ଅଡିଟ୍ ରିପୋର୍ଟ ଆସିନାହିଁ ଅବା ଯେଉଁ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ୩୧ ଜାନୁଆରୀ ଥିଲା ଏଣିକି ସେମାନେ ୧୫ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ନିଜ ନିଜର ଆୟକର ବିବରରୀ ଦାଖଲ କରିପାରିବେ। ଆୟକର ବିଭାଗର ନୋଟିଫିକେସନ୍ରେ ଆହୁରି କୁହାଯାଇଛି ଯେ ଏହି ଦୁଇ ପର୍ଯ୍ୟୟର କରଦାତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର କରଦାତାଙ୍କ ନିମନ୍ତେ ଯେଉଁମାନଙ୍କର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ୩୧ ଡିସେମ୍ବର ଥିଲା ସେମାନେ ୧୦ ଜାନୁଆରୀ ଯାଏ ନିଜର ରିଟର୍ଣ୍ଣ ଦାଖଲ କରିପାରିବେ।