ଆସନ୍ତାକାଲି ଠାରୁ ଆହୁରି ବଢିବ ଥଣ୍ଡା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ  ଥଣ୍ଡାର ପରିମାଣ ବୃଦ୍ଧିପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡିଗ୍ରୀ ପାରଦ ଖସିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ଗୁରୁବାରରୁ ଶୀତର ପରିମାଣ ବୃଦ୍ଧିପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷେ ବୁଧବାର ସମଗ୍ର ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧିପାଇଛି। ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରସ ପାଇଥିବାବେଳେ ୭.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ବୁଧବାର ମଧ୍ୟ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଦାରିଙ୍ଗୀବାଡିରେ ତାପମାତ୍ରା ୯ ଡିଗ୍ରୀ ରହିଛି। ଗୁରୁବାର ସକାଳୁ ରାଜ୍ୟର ୧୦ ଜିଲ୍ଲାରେ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରୁ ପ୍ରକାଶ ପାଇଛି।