ନୂଆଦିଲ୍ଲୀ: ଫିନଲାଣ୍ଡ ଓ ନାଟୋ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ଦେଖି ଋଷକୁ ଝଟକା ଲାଗିଛି । ନାଟୋ ସଂଗଠନରେ ସାମିଲ ହେବାକୁ ନେଇ ଫିନଲାଣ୍ଡ ଘୋଷଣା କରିବା ପରେ ଋଷ ଆକ୍ସନ ମୋଡରେ ଆସିଯାଇଛି । ଫିନଲାଣ୍ଡ ବିରୋଧରେ ଋଷ ଯୁଦ୍ଧ ଘୋଷଣା କରିନଥିଲେ ମଧ୍ୟ ବିଜୁଳ ଯୋଗାଣ ବନ୍ଦ କରିଦେବ ବୋଲି ଜଣାପଡ଼ିଛି। ବାସ୍ତବରେ ଯଦି ଋଷ ବିଜୁଳି ଯୋଗାଣ ବନ୍ଦ କରିଦିଏ ତେବେ ପୁରା ଫିନଲାଣ୍ଡ ଅନ୍ଧାରରେ ରହିବ ।
ଋଷ ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ବିପଦକୁ ସାମ୍ନା କରିବା ପାଇଁ ସୈନ୍ୟ ଓ ଅନ୍ୟ ଜରୁରୀ ପଦକ୍ଷେପ ନେବା ପାଇଁ ଋଷ ବାଧ୍ୟ ହେବ ।