ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପାକିସ୍ତାନର ସାଧାରଣଲୋକଙ୍କ ପାଇଁ ଜୀବନ ଅତିବାହିତ କରିବା କଷ୍ଟକର ହୋଇପଡ଼ିଛି। ଇମ୍ରାନ ଖାନ୍ ଶାସନଭାର ସମ୍ଭାଳିବା ପରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାରେ ବିଫଳ ହୋଇଛନ୍ତି। ସେଠାକାର ଅବସ୍ଥା ଏମିତି ହୋଇଯାଇଛି କି ଅଦା ହଜାରେ ଟଙ୍କା ଓ ଗହମ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। କେବଳ ଏତିକି ନୁହେଁ, ଗୋଟିଏ ଅଣ୍ଡା ୩୦ ଟଙ୍କାରେ ବିକ୍ରି ହେଉଛି। ଶୀତ କାରଣରୁ ଅଣ୍ଡାର ଅଧିକ ଚାହିଦା ଥିବାରୁ ଅଣ୍ଡାର ମୂଲ୍ୟ ଏପରି ବଢ଼ିଛି। ଆଉ ଚିକେନ କିଲୋ ପ୍ରତି ୩୦୦ ଓ ଚିନି ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।
ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ପାଖାପାଖି ୨୫ ପ୍ରତିଶତ ଲୋକ ଏବେ ବିପିଏଲ ଶ୍ରେଣୀର ରହିଛନ୍ତି। ଇମ୍ରାନ ସରକାରଙ୍କ ଅବସ୍ଥା ଏମିତି ହୋଇଯାଇଛି କି ଚିନି ଓ ଅଟାର ମୂଲ୍ୟ ନିୟନ୍ତ୍ରଣ କରିବା ଲାଗି ପ୍ରତିଦିନ ବୈଠକ ଡାକିବା ପାଇଁ ପଡ଼ୁଛି।