ନୂଆଦିଲ୍ଲୀ: ଦେଶରେ ଲକଡାଉନ ସତ୍ୱେ କରୋନା ରୋଗୀଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଏପର୍ଯ୍ୟନ୍ତ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସର୍ବାଧିକ ୬ ହଜାର ୭୬୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୪୨୩ ହୋଇଥିବାବେଳେ ୫୪ ହଜାର ୪୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଯେ, ମହରାଷ୍ଟ୍ରରେ କରୋନା ଆକ୍ରାନ୍ତ ସହ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ୧୫୭୭, ଗୁଜରାଟ ୮୨୯, ମଧ୍ୟପ୍ରଦେଶ ୨୮୧, ଦିଲ୍ଲୀ ୨୩୧, ପଶ୍ଚିମବଙ୍ଗ ୨୬୯, ରାଜସ୍ଥାନ ୧୬୦, ଉତ୍ତରପ୍ରଦେଶ ୧୫୫, ଆନ୍ଧ୍ରପ୍ରଦେଶ ୫୬, ତାମିଲନାଡ଼ୁ ୧୦୩, ତେଲେଙ୍ଗାନା ୪୯, କର୍ଣ୍ଣାଟକ ୪୨, ପଞ୍ଜାବ ୩୯, ଜାମ୍ମୁ-କାଶ୍ମୀର ୨୧, ହରିୟାଣା ୧୬, ବିହାର ୧୧, କେରଳ ୪, ଝାଡ଼ଖଣ୍ଡ ୪, ଓଡ଼ିଶା ୩, ଚଣ୍ଡିଗଡ଼ ୩, ହିମାଚଳ ପ୍ରଦେଶ ୩, ଆସାମ ୪ ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି।