Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେଶରେ କରୋନା ମାମଲା ୧୦ଲକ୍ଷ ଟପିଲା: ଦିନକରେ ସର୍ବାଧିକ ୩୪,୮୮୪ ସଂକ୍ରମିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେଶରେ କରୋନା ମାମଲା ୧୦ଲକ୍ଷ ଟପିଲା: ଦିନକରେ ସର୍ବାଧିକ ୩୪,୮୮୪ ସଂକ୍ରମିତ

ନୂଆଦିଲ୍ଲୀ: ଆମେରିକା ପରେ ଆଜି ସର୍ବାଧିକ କରୋନା ମାମଲା ଭାରତରୁ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୪ ହଜାର ୮୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୭୧ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୭୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୬ଲକ୍ଷ ୫୩ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି ଓ ୨୬ ହଜାର ୨୭୩ଜଣ ପ୍ରାଣ ହରାଇଛନ୍ତି। ଆଉ ୩ଲକ୍ଷ ୫୮ହଜାର ୬୯୨ଜଣ ଚିକିତ୍ସିତ ହେଉଛନ୍ତି।

ଦେଶରେ କରୋନା ମାମଲା ସହ ଟେଷ୍ଟିଂର ଗତିକୁ ମଧ୍ୟ ବଢ଼ାଇ ଦିଆଯାଇଛି। ଗତକାଲି ସର୍ବାଧିକ ୩ଲକ୍ଷ ୬୧ ହଜାର ୨୪ଟି ନମୁନା ପରୀକ୍ଷଣ କରାଯାଇଥିଲା। ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ୮,୩୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତାମିଲନାଡ଼ୁରେ ୫, ୩୩୮, କର୍ଣ୍ଣାଟକରେ ୬,୩୯୩, ଆନ୍ଧ୍ରପ୍ରଦେଶରେ ୨,୬୦୨, ପଶ୍ଚିମଙ୍ଗରେ ୧,୮୯୪ ଓ ବିହାରରେ ୧,୮୨୫ ରହିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ମହାରାଷ୍ଟ୍ରରେ ଘଟିଛି। ମହାରାଷ୍ଟ୍ରରେ ୨୫୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କର୍ଣ୍ଣାଟକରେ ୧୧୫, ତାମିଲନାଡ଼ୁରେ ୭୯, ଆନ୍ଧ୍ରପ୍ରଦେଶରେ ୪୨, ଉତ୍ତରପ୍ରଦେଶରେ ୩୮, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ୨୬ ଲେଖାଏଁ ପ୍ରାଣ ହରାଇଛନ୍ତି।