ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କରାଗଲେ ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

କରୋନା ମହାମାରୀ ସମୟରେ ଏଭଳି କରିବା ନୀତିଗତ ଭାବେ ଭୁଲ୍ ଓ ବେଆଇନ। ଯଦି କୌଣସି ହସ୍ପିଟାଲ କିମ୍ବା କ୍ଲିନିକ ଚିକିତ୍ସା ପ୍ରଦାନ କରୁନଥିବା ପ୍ରମାଣ ମିଳେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ କରି ସୂଚନା ଦେଇଛନ୍ତି।