ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୦ ହଜାର ୩୩୭ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୭୭ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ଲକ୍ଷ ୬୨ ହଜାର ୮୧କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଯୋଗୁ ୧ଲକ୍ଷ ୨୫ ହଜାର ୫୬୨ ଜଣଙ୍କର ମୃତ୍ୟୁ ଘଟିଛି, ୭୮ଲକ୍ଷ ୧୯ ହଜାର ୮୮୭ ସୁସ୍ଥ ହୋଇଛନ୍ତି ଓ ୫ଲକ୍ଷ ୧୬ ହଜାର ୬୩୨ ଜଣଙ୍କ ଚିକିତ୍ସା ଜାରି ରହିଛି।
ଆଇସିଏମଆରର ରିପୋର୍ଟ ଅନୁସାରେ, ନଭେମ୍ବର ୬ ତାରିଖ ସୁଦ୍ଧା ୧୧ କୋଟି ୬୫ଲକ୍ଷ ୪୨ ହଜାର ୩୦୪ ନମୁନା ପରୀକ୍ଷା କରାଯାଇଯାଇଛି। ସେଥିମଧ୍ୟରୁ ଗତକାଲି କେବଳ ୧୧ଲକ୍ଷ ୧୩ ହଜାର ୨୦୯ ନମୁନା ଟେଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀରେ ଦିନକରେ ସର୍ବାଧିକ ୭,୧୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୩ ହଜାର ୮୩୧ ହୋଇଥିବାବେଳେ ୩ଲକ୍ଷ ୭୭ ହଜାର ୨୭୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬,୮୩୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯ ହଜାର ୭୨୨ ଜଣ ଚିକିତ୍ସା ହେଉଛନ୍ତି।