ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭ୍ୟାକ୍ସିନ ନେବାର ଦିନକ ପରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନଙ୍କୁ ‘ସାଇନୋଫାର୍ମ’ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଗୁରୁବାର ଦିଆଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ଇମ୍ରାନ ଘରେ କ୍ୱାରେଣ୍ଟାଇନ ହୋଇଯାଇଛନ୍ତି। ଏନେଇ ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।