ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୟୁଟ୍ୟୁବ୍ ଚ୍ୟାନେଲର ନାମ ପରିବର୍ତ୍ତନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଇମରାନ ଖାନ ରବିବାର ଇସଲାମାବାଦ୍ରେ ତାଙ୍କ ଦ୍ୱାରା ଡକାଯାଇଥିବା ସାର୍ବଜନିକ ରାଲିରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ପାରନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହି ରାଲିରେ ପାକିସ୍ତାନ ତହରିକ-ଏ-ଇନ୍ସାଫ (ପିଟିଆଇ)ର ବଳ ପ୍ରଦର୍ଶନ ହେବ। କାରଣ ବିରୋଧୀ ଦଳ ସରକାରକୁ ହଟାଇବା ପାଇଁ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ଅଛନ୍ତି। ଦେଶର ଆର୍ଥିକ ସଂକଟ ଖରାପ ହୋଇଯାଇଛି। ସାମାଜିକ ଚ୍ୟାଲେଞ୍ଜ ମଧ୍ୟ ସଂକଟ ପରିସ୍ଥିତି ଦେଖାଯାଇଛି। ବିରୋଧୀଙ୍କ ଦ୍ୱାରା ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି।
ସୂଚନାଯୋଗ୍ୟ, ଶନିବାର ୟୁଟ୍ୟୁବ ଚ୍ୟାନେଲର ନାମରେ ହୋଇଥିବା ପରିବର୍ତ୍ତରୁ ସଂକେତ ମିଳୁଛି ଯେ, ଯେତେବେଳେ ଚ୍ୟାନେଲର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଥିଲା, ସେହିସମୟରେ ଚ୍ୟାନେଲର ଭେରିଫାଇଡ କୋର୍ଡ ବ୍ଲୁ ଟିକ୍ ଥିଲା ଏବଂ ଏବେ ଏହାର ନାମ ପରିବର୍ତ୍ତନ କରି ‘ଇମରାନ ଖାନ୍’ କରିଦିଆଯାଇଛି। ଇମ୍ରାନ ଖାନ ବିପକ୍ଷଙ୍କ ବିରୋଧକୁ ‘ଡକାୟତ’ ବୋଲି କହିଛନ୍ତି। ସେ ମାର୍ଚ୍ଚ ୨୭ରେ ଇସଲାମାବାଦର ପରେଡ ଗ୍ରାଉଣ୍ଡରେ ବହୁ ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି।