୮ ଦିନିଆ ଏନଏବୀ ରିମାଣ୍ଡରେ ଇମ୍ରାନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାକିସ୍ତାନର ଏକ ଅଦାଲତ ଇମ୍ରାନଙ୍କୁ ୮ ଦିନିଆ ଏନଏବୀ ରିମାଣ୍ଡରେ ପଠାଇ ଦେଇଛି । ଅନ୍ୟପଟେ ଇମ୍ରାନଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ । ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତହରୀକ-ଏ-ଇନସାଫ ତାଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ଅନ୍ୟପଟେ ପାକିସ୍ତାନରେ ଇମ୍ରାନଙ୍କ ଗିରଫଦାରୀ ପରେ ସ୍ଥିତି ଖରାପ ହୋଇଯାଇଛି ।
ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଇସଲାମାବାଦର ଏକ ବିଶେଷ ଅଦାଲତରେ ହାଜର କରାଯାଇଥିଲା । ଏହି ସମୟରେ ଭ୍ରଷ୍ଟାଚାର ବିରୋଧୀ ନିୟାମକ ଇମ୍ରାନଙ୍କ ୧୪ ଦିନିଆ ରିମାଣ୍ଡ ଦାବୀ କରିଥିଲେ । ପାକିସ୍ତାନ ଅଦାଲତ ଏହି ମାମଲାରେ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।