ଜଳାର୍ଣ୍ଣବ ମାୟାଗନରୀ, ରେଡ ଆଲର୍ଟ ଜାରି

ମୁମ୍ବାଇ, ଏଜେନ୍ସି: ପ୍ରବଳ ବର୍ଷାରେ ଭାଶୁଛି ମାୟାନଗରୀ ମୁମ୍ବାଇ। ମହାରାଷ୍ଟ୍ରର ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ପାଇଁ ଆଜି ଆଇଏମଡି ଦ୍ୱାରା ମୁମ୍ବଇ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।
ମହାରାଷ୍ଟ୍ରର ଉତ୍ତର କୋଙ୍କଣ କ୍ଷେତ୍ର ସମେତ ମୁମ୍ବଇ ଓ ଠାଣେ ରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବୁଧବାର ବର୍ଷା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି।