ଆମ୍ବପାଲି ଗାଁରୁ ବେଆଇନ ମେଟାଲ ଟ୍ରାକ୍ଟର ଜବତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ତେଲ ନଦୀ ନିକଟରୁ ଏକ ଟ୍ରାକ୍ଟରରେ ବେଆଇନ ଭାବେ ମେଟାଲ ଚୋରା ଚାଲାଣ ହେଉଥିବାବେଳେ ଜବତ ହୋଇଛି । ଉକ୍ତ ଟ୍ରାକ୍ଟରଟି ସଇଁନ୍ତଲା ଅଞ୍ଚଳର ମୋତିଲାଲ ସାହୁଙ୍କର ବୋଲି ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ମେଟାଲ ଚୋରା ଚାଲାଣ ହେଉଥିବା ନେଇ ସଇଁନ୍ତଲା ତହସିଲଦାର ଖବର ପାଇ ଆରଆଇ ଅଶ୍ୱନୀ ଜାଲଙ୍କୁ ନିର୍ଦ୍ଦେଶ ଦେବା ପରେ ଚଢ଼ଉ ହୋଇଥିଲା । ଏଥିରେ ଆରଆଇ ଅଶ୍ୱନୀ ଜାଲ, ଅତିରିକ୍ତ ଆରଆଇ ନମ୍ରତା ବାରା ଓ ସଇଁନ୍ତଲା ଥାନା ଏସଆଇ ଆଲୋକ ସାହୁ ପହଞ୍ଚି ଟ୍ରାକ୍ଟରକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା ଜାରି ରଖିଛନ୍ତି ।