ବେଆଇନ ଦେଶୀ ବନ୍ଧୁକ ସହ ଯୁବକ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ କୈଳାସ ଗ୍ରାମରେ ବେଆଇନ ଦେଶୀ ବନ୍ଧୁକ ସହ ଜଣେ ଯୁବକକୁ ଦେବଗଡ଼ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କୈଳାସ ଗ୍ରାମର ଦୁଲାଲ ରଣା ।

ମିଳିଥିବା ରିପୋର୍ଟ ମୁତାବକ, ବେଆଇନ ବନ୍ଧୁକ ରଖିଥିବା ବିଶସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶରେ ଏସଆଇ ରୁଦ୍ର ପ୍ରଧାନ ଗତକାଲି ଦୁଲାଲଙ୍କ ଘରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଅଭିଯୁକ୍ତ ଦୁଲାଲ ପୂର୍ବରୁ ମଧ୍ୟ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଏସପି ପ୍ରମୋଦ କୁମାର ରଥ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।