ପୁଲୱାମାର ରାସ୍ତାକଡ଼ରୁ ଆଇଇଡି ବିସ୍ଫୋରକ ଜବତ

ଜାମ୍ମୁ,ଏଜେନ୍ସି: କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ଯବାନ ଅପରେସନ ଜାରି ରଖିଛନ୍ତି। ଏଥିରେ ଆତଙ୍କବାଦୀଙ୍କ ଅନେକ ବଡ଼ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଫଳରେ ଆତଙ୍କବାଦୀମାନେ ଲୁଚିକରି ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରୁ ଏକ ଆଇଇଡି ବିସ୍ଫୋରକ ଜବତ ହୋଇଛି। ଏହି ବିସ୍ଫୋରକକୁ ବମ୍ ସ୍କ୍ୱାଡ୍ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା।

ସୂଚନା ଅନୁସାରେ ସୁରକ୍ଷାବାହିନୀ ଆଜି ପୁଲୱାମା ରାସ୍ତାର ଯାଞ୍ଚ କରୁଥିବା ସମୟରେ ରାସ୍ତାକଡ଼ରେ ଏକ ଅଜ୍ଞାତ ଜିନିଷ ଦେଖିଥିଲେ। ଯାହା କାର୍ବନ ପେପରରେ ଗୁଡ଼ା ହୋଇଥିଲା। ଏଥିସହିତ ସେଥିରେ କିଛି ତାର ଥିବା ଦେଖାଯାଉଥିଲା। ପରେ ଯବାନ ମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ବମ୍ ସ୍କ୍ୱାଡକୁ ଖବର ଦେଇଥିଲେ। ଯାଞ୍ଚ ପରେ ଏହା ଆଇଇଡି ବୋଲି ଜଣାପଡ଼ିଥିଲା।