ବୈଶିଙ୍ଗା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର କଚ୍ଛିମବିଲା ଛକ ନିକଟରେ ଏପ୍ରିଲ ୭ ତାରିଖରେ ପୋଲ ତଳୁ ଜନୈକ ଅପରଚିତ ବ୍ୟକ୍ତଙ୍କ ମୃତଦେହ ପୁଲିସ ଜବତ କରିଥିଲା । ଏନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହେବାସହ ଥାନାଧିକାରିଣୀ ସସ୍ମିତା ମହାନ୍ତ ତଦନ୍ତ ଜାରି ରଖିଛନ୍ତି । ସମ୍ପୃକ୍ତ ମୃତକଙ୍କ ମୁହଁ ସହ ଶରୀରଟି ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଯୋଗୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ତାଙ୍କର ବୟସ ଆନୁମାନିକ ଭାବେ ୩୫ରୁ ୪୦ ବର୍ଷ ହୋଇଥିବାବେଳେ ଡାହାଣ ହାତରେ ଏକ ଲୁହା ବଳା ପିନ୍ଧିଥିବା ଦେଖାଯାଇଥିଲା । ମୃତଦେହ ମିଳିବାକୁ ୧୯ ଦିନ ବିତି ଯାଇଥିଲେ ମଧ୍ୟ ପରିଚୟ ମିଳି ପାରିନାହିଁ । ଯଦି କେହି ବ୍ୟକ୍ତି ତାଙ୍କର ପରିଚୟ ପାଆନ୍ତି ତା’ହେଲେ ମୋ-୮୩୨୮୯୬୦୬୭୭ ଓ ୯୪୩୮୯୧୬୩୯୮ ନମ୍ବରରେ ଜଣାଇବା ପାଇଁ ବେତନଟୀ ଥାନାଧିକାରିଣୀ ଶ୍ରୀମତି ମହାନ୍ତ ପ୍ରକାଶ କରିଛନ୍ତି ।