ନୂଆଦିଲ୍ଲୀ,ଏଜେନ୍ସି: ଆସାମ ଦିବୁଗ୍ରଡ ସ୍ଥିତ ଆଇସିଏମଆର କୋଭିଡ ୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛନ୍ତି। ଏହି କିଟ୍ ଦ୍ୱାରା କରୋନାର ଓମିକ୍ରନ ଭ୍ୟାରିଆଣ୍ଟ ମାତ୍ର ୨ ମିନିଟରେ ଚିହ୍ନଟ ହୋଇପାରିବ। ତେବେ ଓମିକ୍ରନ ମାମଲା ବଢୁଥିବାରୁ ଏହି କିଟ୍ ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ସୂଚନା ଅନୁସାରେ, ଡାକ୍ତର ବିଶ୍ୱଜ୍ୟୋତି ବୋରକାକୋଟେକଙ୍କ ନେତୃତ୍ୱରେ ଆଇସିଏମଆର ବୈଜ୍ଞାନିକ ଏହି କିଟ୍ ପ୍ରସ୍ତୁତ କରିଛନ୍ତି। ବୈଜ୍ଞାନିକଙ୍କ ଦାବି ଅନୁସାରେ, ଏହି କିଟ୍ ଜରିଆରେ ଓମିକ୍ରନ ଭ୍ୟାରିଆଣ୍ଟର ଚିହ୍ନଟ ମାତ୍ର ୨ ଘଣ୍ଟାରେ ହୋଇପାରିବ। କୋଲକାତା ସ୍ଥିତ କମ୍ପାନୀ ଜିସିସି ବାୟୋଟେକ ପବ୍ଲିକ ପ୍ରାଇଭେଟ ପାର୍ଟନରସିପରେ ଏହି କିଟର ବିପୁଳ ଉତ୍ପାଦନ କରିବ।
ସେହିପର୍ ଦେଶରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୩୩ରେ ପହଞ୍ଚିଛି। ମାତ୍ର ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡିଛି ଯେ ଏହା ଡେଲଟା ତୁଳନାରେ ଅଧିକ ଘାତକ ନୁହେଁ ବୋଲି। ସେପଟେ ବର୍ତ୍ତମାନ ବଜାରରେ ମିଳୁଥିବା କିଟରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ୩ରୁ ୪ଦିନ ସମୟ ଲାଗୁଛି। ମାତ୍ର ଆଇସିଏମଆର ଦ୍ୱାରା ପ୍ରସ୍ତୁତ କିଟ୍ ସୀମିତ ସମୟରେ ଓମିକ୍ରନ ଚିହ୍ନଟ କରିବାରେ ସକ୍ଷମ ହେବା ବୋଲି କୁହାଯାଇଛି।