ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ପୁଣିଥରେ ବିବାଦ ଘେରରେ ଫସି ଯାଇଛନ୍ତି। କଙ୍ଗନା ରନାୱତଙ୍କୁ ଏଥର ବିଜେପି ସାଂସଦ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କ ଉପରେ ବରୁଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିବାର ଆରୋପ ଲଗାଇଛନ୍ତି।
କଙ୍ଗନା ରନାୱତ ସ୍ୱାଧୀନତାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। କଙ୍ଗନା କହିଛନ୍ତି ଯେ, ସ୍ୱାଧୀନତା ଯଦି ଭିକ୍ଷାରେ ମିଳିଛି ତେବେ ତାହା କ’ଣ ସ୍ୱାଧୀନତା? ସାବରକର, ରାଣୀ ଲକ୍ଷ୍ମୀବାଈ ଓ ସୁଭାଷଚନ୍ଦ୍ର ବୋଷ ମଧ୍ୟ ଜାଣିଥିଲେ କି ରକ୍ତ ବୋହିବ। ସେମାନେ ସ୍ୱାଧୀନତା ପାଇଁ ବହୁତ କିଛି ସହ୍ୟ କରିଥିଲେ ମଧ୍ୟ ତାହା ସ୍ୱାଧୀନତା ନୁହେଁ ଭିକ୍ଷା ଥିଲା। ପ୍ରକୃତ ସ୍ୱାଧୀନତା ୨୦୧୪ରେ ମିଳିଛି।
ଏହାର ଜବାବରେ ବରୁଣ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, କେତେବେଳେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟାକୁ ଅନମାନ ତ ଆଉ କେତେବେଳେ ତାଙ୍କ ହତ୍ୟାକାରୀଙ୍କୁ ସମ୍ମାନ। ଆଉ ଏବେ ସହିଦ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଈ, ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଲକ୍ଷାଧିକ ସ୍ୱାଧୀନତା ସଂଗ୍ରମୀଙ୍କ ବଳିଦାନକୁ ତିରସ୍କାର। ଏହି ଚିନ୍ତାଧାରାକୁ ମୁଁ ପାଗଳାମି କହିବି ନା ଦେଶଦ୍ରୋହ।