କାଲିର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କଟକ,ଏନ୍ଏନ୍ଏସ୍: ମମିତା ମେହେର ହତ୍ୟା ମାମଲାରେ କାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଆଉ ଏହି ବନ୍ଦକୁ ନେଇ ଏବେ ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ କହିଛନ୍ତି ଯେ, ବନ୍ଦ ନୁହେଁ ହରତାଳ କରିପାରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବେ ନାହିଁ। ଜୋର ଜବରଦସ୍ତ କାହାରିକୁ ଅଟକାଇ ପାରିବେ ନାହିଁ। କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ। ରେଳରୋକ ଓ ରାସ୍ତାରୋକ କରିପାରିବେ ନାହିଁ। ସାଧାରଣ ଜନଜୀବନ ବ୍ୟାହତ କରିପାରିବେନି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ବରିଷ୍ଠ ନେତା ସତ୍ୟ ନାୟକ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ। ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ। ଏନେଇ ହାଇକୋର୍ଟରେ ମଧ୍ୟ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି।