ଜୁନ୍ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁନ୍ ଶେଷ ସପ୍ତାହରେ ବାହାରିବ । ମାଟ୍ରିକ ଖାତା ଦେଖା ସରିଥିବାବେଳେ ରେଜଲ୍ଟ ବାହାରିବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପାଖାପାଖି ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥର କରୋନା କଟକଣା ମଧ୍ୟରେ ଅଫଲାଇନରେ ସୁରୁଖୁରରେ ପରୀକ୍ଷା ହୋଇଥିଲା ।