ପତ୍ନୀଙ୍କୁ ପିଟିପିଟି ମାରିଲା ସ୍ୱାମୀ

ବାଲେଶ୍ୱର : ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଶେରଗଡ଼ ଗ୍ରାମପଂଚାୟତ ଅନ୍ତର୍ଗତ ୯ନଂ ୱାର୍ଡର ତେନ୍ତୁଳିଆ ଗ୍ରାମରେ। ଅଭିଯୁକ୍ତ ସ୍ୱାମୀ ହେଲେ ଭରତ ସିଂ, ମୃତ ସ୍ତ୍ରୀଙ୍କ ନାମ ବାସନ୍ତୀ ସିଂ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭରତ, ସ୍ତ୍ରୀ ବାସନ୍ତୀ ଓ ଦୁଇ ଶଳା ମିଶିକି ଭୋଜି କରି ଖାଇବା ସହ ମଦ୍ୟପାନ କରିଥିଲେ। ନିଶାଗ୍ରସ୍ତ ହୋଇ ଟଳମଳ ହେଉଥିବା ଯୋଗୁଁ ସେମାନଙ୍କ ସ୍ଥାନୀୟ ସାହି ବାସିନ୍ଦା ଘରେ ନେଇ ଛାଡ଼ି ଆସିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ୱମୀ ଭରତ ରାଗିଯାଇ ଏକ କାଠ ଫାଳିଆରେ ବାନ୍ତୀଙ୍କୁ ପିଟିପିଟି ମାରି ଦେଇଥିଲା। ହେଲେ ଭରତ ସିଂ ନିଜକୁ ରକ୍ଷା କରିବା ନେଇ ପଡ଼ୋଶୀଙ୍କୁ କହିଲେ ଯେ, ବାସନ୍ତୀ ଉଠୁ ନାହିଁ। ଲୋକେ ଘରେ ପହଂଚି ଦେଖିଲେ ବାସନ୍ତୀ ମୃତ ବୋଲି। ଏ ସଂକ୍ରାନ୍ତରେ ଖନ୍ତପଡ଼ା ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଂଚି ସ୍ୱାମୀ ଭରତଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ସାଇଂଟଫିକ ଟିମ ସହ ଖନ୍ତପଡ଼ା ଥାନା ଅଧିକାରୀ ଶ୍ରୀ ବଲ୍ଲଭ ସାହୁ, ଏସଏସଆଇ ଗୌରହରି ଦାସ ପ୍ରାଥମିକ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବାସନ୍ତୀଙ୍କ ଶବକୁ ସଦର ହସପିଟାଲକୁ ପଠାଯାଇଛି।