Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଲକଡାଉନକୁ ଫୁ, ଦେବଗଡ଼ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଶତାଧିଳ ନିର୍ମାଣ ଶ୍ରମିକଙ୍କ ଗହଳି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଲକଡାଉନକୁ ଫୁ, ଦେବଗଡ଼ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଶତାଧିଳ ନିର୍ମାଣ ଶ୍ରମିକଙ୍କ ଗହଳି

ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରାଦେଶକୁ ଲକଡାଉନ କରାଯାଇଥିବା ବେଳେ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କିନ୍ତୁ ଏହି ନିୟମକୁ କେତେକ ଅନୁଷ୍ଠାନ ଅମାନ୍ୟ କରି ସାମାଜିକ ଦୂରତ୍ୱ ବଜାୟ ରଖିବାରେ ଅବହେଳା ପ୍ରଦର୍ଶିତ କରୁଛନ୍ତି। ଏପରି କିଛି ଦୃଶ୍ର ଆଜି ଦେବଗଡ଼ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ନିର୍ମାଣ ଶ୍ରମିକମାନଙ୍କୁ ଲକଡାଉନ ସମୟରେ ସହାୟତା ପାଇଁ ଆର୍ଥିକ ସହାୟତାର ଘୋଷଣା କରାଯାଇଥିବା ବେଳେ ଏହି ଅର୍ଥକୁ ପ୍ରତ୍ୟେକ ପଞ୍ଚାୟତ ଜରିଆରେ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିଲେ।

ମାତ୍ର ଦେବଗଡ଼ ଜିଲ୍ଲା ଶ୍ରମବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ନିର୍ମାଣ ଶ୍ରମିକମାନେ ପଞ୍ଚାୟତ ଜରିଆରେ ପାଇବାକୁ ଥିବା ସହାୟତା ରାଶିରୁ ବଞ୍ଚିତ ହୋଇଛନ୍ତି। ଅନୁସନ୍ଧାନ ସମୟରେ ପଞ୍ଚାୟତ ଜରିଆରେ ପାଇବାକୁ ଥିବା ସହାୟତା ରାଶି ଶ୍ରମିକମାନଙ୍କ ପରିଚୟ ପତ୍ରରେ ଥିବା ସେମାନଙ୍କ ପଞ୍ଚାୟତ ଶ୍ରମବିଭାଗ ସହାୟତା ରାଶି ପୈଠ ନକରି କେତେକ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ଦେବଗଡ଼ ପୌରପରିଷଦ ଜରିଆରେ ସହାୟତା ରାଶି ପ୍ରଦାନ ପାଇଁ ଅର୍ଥ ପୌରପରିଷଦ ଖାତାରେ ଜମା କରିଥିବାରୁ ନିର୍ମାଣ ଶ୍ରମିକ ମାନେ ଅକଥନୀୟ ଦୁର୍ଦ୍ଧଶା ସମ୍ମୁଖୀନ ହୋଇଛନ୍ତି।

ଏ ସମ୍ପର୍କରେ ଜାଣିବା ପାଇଁ ଆଜି ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଶହ ଶହ ନିର୍ମାଣ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସାମାଜିକ ଦୁରତ୍ୱକୁ ଭୁଲି ଶତାଧିକ ଶ୍ରମିକଙ୍କ ସମାଗମ ଲକଡାଉନ ନିୟମକୁ ଫୁ କରିଥିଲା। ତେବେ ନିର୍ମାଣ ଶ୍ରମିକମାନଙ୍କ ଦ୍ୱାରା ଲକଡାଉନ ନିୟମ ଭଙ୍ଗା ଯାଇଥିଲେ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ ସେମାନଙ୍କୁ ଏଥିରୁ ବାରଣ ପାଇଁ ସାମନ୍ୟ ପ୍ରୟାସ ମଧ୍ୟ କରି ନଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଆୟୁକ୍ତ ପ୍ରଶନ୍ନ କୁମାର ସିଂଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ ବାହାରେ ଥିବା ପ୍ରକାଶ କରି ନିଜକୁ ଦାଇତ୍ୱରୁ ଖସିବାକୁ ଉଦ୍ୟମ କରିଥିଲେ।