କୋରାପୁଟ,ଏନ୍ଏନ୍ଏସ୍: ୮ ଘଣ୍ଟାର ଅପରେସନ ପରେ ମରଣ ମୁହଁରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟରେ ଏକ ପରିତ୍ୟକ୍ତ କୋଠା ଭୁଶୁଡ଼ିବା ଫଳରେ ସେଠରେ ଏକ ପରିବାରର ୪ଜଣ ଫଶି ରହିଥିଲେ। ସେମାନେ ହେଲେ ବାରିନିପୁଟ ଚଢ଼େଇଗୁଡାର ଦୈତାରି ଖରାଙ୍କ ଶାଶୂ ସୂର୍ୟ୍ୟମଣୀ, ସ୍ତ୍ରୀ ରଶ୍ମି, ଶଳା ଓ ପୁଅ ରାସେଲ ।

ଶୁକ୍ରବାର ସନ୍ଧ୍ୟା ୬ଟାରେ ଅଚାନକ କୋଠାଟି ଭୁଶୁଡି ପଡ଼ିବାରୁ ସମସ୍ତେ ଏହା ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ୩ଜଣକୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ପଠା ଯାଇଥିଲା ।
