ନୂଆଦିଲ୍ଲୀ: ସୁପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ତଥା ରାପର୍ ହନି ସିଂହଙ୍କୁ ହତ୍ୟା ଧମକ ମିଳିଛି । କାନାଡାରେ ଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡୀ ବରାର ଭଏସ ମେସେଜ୍ ଜରିଆରେ ହନିଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏନେଇ ହନି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ଉକ୍ତ ଭଏସ ନୋଟକୁ ମଧ୍ୟ ହନି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି ।
ସୂଚନାଯୋଗ୍ୟ, ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ଗୋଲ୍ଡୀ ବରାର ନାମ ସାମ୍ନାକୁ ଆସିଥିଲା । ଲୋରେନ୍ସ ବିସ୍ନୋଇ ଓ ଗୋଲ୍ଡୀ ବରାର ମିଶି ମୁସେୱାଲାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ରିପୋର୍ଟ ରହିଛି ।