Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହକି ବିଶ୍ୱକପ୍‌: ଜର୍ମାନି ବିଶ୍ବ ବିଜେତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହକି ବିଶ୍ୱକପ୍‌: ଜର୍ମାନି ବିଶ୍ବ ବିଜେତା

ଭୁବନେଶ୍ବର,ଏଜେନ୍ସି: କ୍ବାର୍ଟରଫାଇନାଲ୍ ଓ ସେମିଫାଇାଲ୍ ଭଳି ଫାଇନାଲ୍‌ରେ ମଧ୍ୟ ପ୍ରଥମେ‌ ଗୋଲ୍ ବରଣ କରି ମ୍ୟାଚ୍‌ ଜିତିଗଲା ଜର୍ମାନି। ଦୀର୍ଘ ୧୭ ବର୍ଷ ପରେ ବିଶ୍ବକପ୍‌ ମଧ୍ୟ ହାସଲ କଲା। କ୍ରସ୍ ଓଭର ଖେଳିବାର କଷ୍ଟ ଭିତରୁ ଆଗକୁ ବଢ଼ି ଏହି ୟୁରୋପୀୟ ଦେଶ ୩ୟ ଥର ବିଶ୍ବ ମୁକୁଟ ହାତେଇ ନେଲା କଳିଙ୍ଗ ଷ୍ଟାଡିୟମ୍‌ରେ। ବେଲଜିୟମ୍ ଏକଦା ୨-୦ରେ ଆଗୁଆ ହୋଇଥିଲା। ଜର୍ମାନି କିନ୍ତୁ ମ୍ୟାଚ୍ ଶେଷ ବେଳକୁ ଏହାକୁ ୩-୩ରେ ସାରିଥିଲା। ସୁଟ୍ ଆଉଟ୍ (୩-୩) ଓ ସଡନ୍‌‌ ଡେଥ୍‌ (୨-୧)ରେ ବେଲଜିୟମକୁ ୫-୪ରେ ପରାସ୍ତ କରି ବାଜି ମାରି ନେଲା ଜର୍ମାନି। ଏହି ବିଜୟ ସହିତ ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍‌ ଜିତିବାର ଗୌରବ ଅର୍ଜନ କଲା। ପୂର୍ବରୁ ଏହି ଦେଶ ୨୦୦୨ ଓ ୨୦୦୬ରେ ବିଜେତା ହୋଇଥିଲା। ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ ପରେ ଚତୁର୍ଥ ଦେଶ ଭାବେ ଅନ୍ୟୂନ ୩ ଥର ବିଶ୍ବକପ୍ ଜିତିଲା ଜର୍ମାନି। ପାକିସ୍ତାନ ଏକମାତ୍ର ଦଳ ଭାବେ ୪ ଥର ଏହି ସମ୍ମାନ ପାଇଥିଲେ ମଧ୍ୟ ଏଥର ଯୋଗ୍ୟତା ଅର୍ଜନ କରିନଥିଲା। ମୋଟ ଉପରେ ଜର୍ମାନି କିନ୍ତୁ ନବମ ଥର ପାଇଁ ପଦକ ଜିତିଛି। ଯେଉଁଥିରେ ପଶ୍ଚିମ ଜର୍ମାନିର ୪ ପଦକ ସାମିଲ ରହିଛି। ଅନ୍ୟପକ୍ଷରେ ଉପବ‌ିଜେତା ବେଲଜିୟମ୍ କ୍ରମାଗତ ବିଶ୍ବକପ୍‌ ଜିତିବାର ଗୌରବରୁ ବଞ୍ଚିତ ରହିଲା। ୨୦୧୮ରେ ବେଲଜିୟମ୍ ଏଠାରେ ପ୍ରଥମ ଥର ବିଶ୍ବକପ୍‌ ଜିତିବା ସହ ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସ୍ବର୍ଣ୍ଣିମ ଯୁଗର ଶୁଭାରମ୍ଭ କରିଥିଲା। ସେହି ଭୁବନେଶ୍ବରରେ ଏହି ଧାରା ଅଟକିଗଲା।

କଳିଙ୍ଗ ହକି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରବିବାରର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍‌ ୧୪ ହଜାରରୁ ଊର୍ଧ୍ବ ଦର୍ଶକଙ୍କୁ ୟୁରୋପୀୟ ହକିର ନିଖୁଣ ନିଦର୍ଶନ ଦେଖାଇଥିଲା। ସାରା ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଖବର ଉପରେ ନଜର ରଖିଥିଲେ ମଧ୍ୟ ହକିପ୍ରେମୀଙ୍କ ଉତ୍ସାହ କିଛି କମ୍ ନଥିଲା। ଶକ୍ତି, ସାମର୍ଥ୍ୟ, ଷ୍ଟାଇଲରେ ସମକକ୍ଷ ଥିବାର ଏହି ଦୁଇ ଦେଶ ମଧ୍ୟ କଳିଙ୍ଗ ଦର୍ଶକଙ୍କୁ ଢେର ମନୋରଂଜନ ଯୋଗାଇଥିଲେ ଆଧୁନିକ ହକି ଖେଳି। ପ୍ରଥମ କ୍ବାର୍ଟର ପଞ୍ଚମ ମିନିଟ୍‌ରେ ଜର୍ମାନି ଦୁଇଟି କ୍ରମାଗତ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ବେକାର କରିଥିଲା। ନବମ ଓ ଦଶମ ମିନିଟରେ କିନ୍ତୁ ବେଲଜିୟମ୍ ଦୁଇଟି ଫିଲ୍ଡ ଗୋଲ୍ ଜରିଆରେ ହଠାତ ୨-୦ରେ ଅଗ୍ରଣୀ ନେଇଯାଇଥିଲା। ପ୍ରଥମ କ୍ବାର୍ଟରରେ ସ୍କୋର୍ ଲାଇନ୍ ୨-୦ରେ ବେଲ୍‌ଜିୟମ ସପକ୍ଷରେ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ବେଲଜିୟମ୍ ପ୍ରଥମେ ପିସି ପାଇଥିଲା, କିନ୍ତୁ ଜର୍ମାନି ଗୋଲ୍ ଦେଇ ପ୍ରଥମାର୍ଧ ସୁଦ୍ଧା ବ୍ୟବଧାନକୁ କେବଳ ୧-୨ରେ ପହଞ୍ଚାଇଥିଲା। ଏହି ଗୋଲଟି ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ ନିକଲାସ ୱେଲେନ୍‌ (୨୮ତମ ମିନିଟ)।

ପାର୍ଶ୍ବ ପରିବର୍ତନ ସହ ବେଲଜିୟମ୍ ମଧ୍ୟ କଡ଼ା ଟକ୍କର ଦେଇଥିଲା। ପ୍ରଥମାର୍ଦ୍ଧ ପରବର୍ତୀ ୪୦ତମ ମିନିଟରେ ଗଞ୍ଜାଲୋ ପିଲେଟଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ ଜର୍ମାନିକୁ ବରାବର (୨-୨) ସ୍ତରକୁ ନେଇ ଆସିଥିଲା। ଅନ୍ତିମ କ୍ବାର୍ଟର ଆରମ୍ଭରୁ ଜର୍ମାନିକୁ ଅଭିଜ୍ଞ ମ୍ୟାଟ୍ ଗ୍ରାମବୁଶଙ୍କ ଫିଲ୍ଡ ଗୋଲ୍‌ (୪୮ତମ ମିନିଟ) ଆଗୁଆ କରି ଦେଇଥିଲେ। ଶେଷ ୩ ମିନିଟରେ ୩ଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରିବା ସହ ଟମ୍ ବୁନଙ୍କ ଗୋଲ୍ ବଳରେ ମ୍ୟାଚ୍‌କୁ ନିୟମିତ ସମୟରେ ୩-୩ ଗୋଲରେ ଶେଷ କରିଥିଲା ବେଲ୍‌ଜିୟମ। ମ୍ୟାଚ୍‌ ଶେଷକୁ ସୁଟ୍ ଆଉଟକୁ ଯାଇଥିଲା। ଏହି ବେଷ୍ଟ ଅଫ୍ ଫାଇଭ ପର୍ଯ୍ୟାୟ ୩-୩ ଗୋଲ୍‌ରେ ଶେଷ ହୋଇଥିଲା। ସଡନ୍‌ ଡେଥ୍‌ର ଦ୍ବିତୀୟ ପର୍ଯ୍ୟାୟରୁ ଜର୍ମାନି ଆଗୁଆ ହୋଇ ବାଜି ମାରି ନେଇଥି‌‌ଲା। ଜର୍ମାନି ଗୋଲରକ୍ଷକ ଜିନ୍ ପଲ୍ ଡାନବର୍ଗ ଚମତ୍କାର ପ୍ରଦର୍ଶନ କରି ନାୟକ ସାଜିଥିଲେ। ଜର୍ମାନି ପାଇଁ ସୁଟ୍ ଆଉଟ୍ ଓ ସଡନ୍ ଡେଥ୍ ‌ବେଳେ ନିକଲାସ ୱେଲେନ୍ ଓ ଥିସ୍ ପ୍ରିଞ୍ଜ୍ ଦୁଇଟି ଲେଖାଏଁ ଗୋଲ୍ ଦେଇ ନିର୍ଣ୍ଣାୟକ ସାଜିଥିଲେ।

ଫାଇନାଲରୁ ହଟିଲା ମନୋରଂଜନ
ଫାଇନାଲ୍ ମ୍ୟାଚ୍‌ ଆରମ୍ଭ ମଝିରେ ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଖବର ପ୍ରସାରିତ ହୋଇ ସାରିଥିଲା। ଫଳରେ ଫାଇନାଲ୍ ମ୍ୟାଚ୍‌ରୁ ମନୋରଂଜନ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ଭାଗ ନେଇପାରିନଥିଲେ। ଏଥି ସହିତ ପ୍ରତିଟି ମ୍ୟାଚ୍‌ର ଗୋଲ୍ ବେଳେ ଆତଶବାଜି ବନ୍ଦ ହେବା ଏବଂ ଚିୟରଗର୍ଲଙ୍କ ନୃତ୍ୟକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଥିଲା। ଶୋକଭରା ପରିବେଶ ଭିତରେ ହକିପ୍ରେମୀମାନେ କେବଳ ଖେଳର ମଜା ନେଇଥିଲେ। ଫାଇନାଲ୍ ମ୍ୟାଚ୍‌ ପରବର୍ତୀ ଆତଶବାଜୀ ଓ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥି‌‌‌ଲା।

ଓଡ଼ିଶା ରାଜ୍ୟପାଳ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅତିଥି
ଦୀର୍ଘ ୧୭ ଦିନର ହକି ମହୋତ୍ସବ ଓ ୪୪ ମ୍ୟାଚ୍‌ର ରୋମାଞ୍ଚ ପରେ ରବିବାର ଶେଷ ‌ହୋଇଥିବା ହକି ବିଶ୍ବକପ୍‌ର ୧୫ତମ ସଂସ୍କରଣ ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, କ୍ରୀଡ଼ା ସଚିବ ଭିନିଲ୍ କ୍ରିଷ୍ଣା, ପ୍ରମୁଖ ଅର୍ଥ ସଚିବ ବିଶାଲ ଦେବ, ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ, ଅଲିମ୍ପିଆନ୍ ଲାଜରୁସ ବାର୍ଲା, ଏଫଆଇଏଚ୍ ସଭାପତି ତାୟାବ ଇକ୍ରାମ, ଇଡକୋ ଏମଡି ଭୂପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦଳଗତ, ବ୍ୟକ୍ତିଗତ ପୁରସ୍କାରଗୁଡ଼ିକ ପ୍ରଦାନ କରିଥିଲେ।