କଟକ,ଏନ୍ଏନ୍ଏସ୍: ଉଦଘାଟିତ ହେଲା କଟକ ଐତିହାସିକ ବାଲିଯାତ୍ରା। ଜଙ୍ଗଲ ଉନ୍ନୟନ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚଳିତବର୍ଷ ବାଲିଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଇତିହାସରେ ନିଜର ପରିଚୟକୁ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିବା କଟକ ସହରର ଏହା ହେଉଛି ଏକ ବଡ଼ ଐତିହ୍ୟ। ପୂର୍ବରୁ ଏହା ମହାନଦୀ ମଧ୍ୟ ଦେଇ ବୋଇତ ସାହାଯ୍ୟରେ ସାଧବ ପୁଅମାନେ ଇଣ୍ଡୋନେସିଆର, ଜାଭା ସୁମାତ୍ରା ଓ ବର୍ଣ୍ଣିଓ ବାଣିଜ୍ୟ କରିବା ପାଇଁ ଯାଉଥିଲେ। ସେବେଠୁ ଏହି ବାଲିଯାତ୍ରା ପରମ୍ପରା ରହି ଆସିଛି।
ତେବେ ବର୍ତ୍ତମାନର ବାଲିଯାତ୍ରା ରାଜ୍ୟସ୍ତରୀୟ ହୋଇଛି। ଆଗମୀ ଦିନରେ ଏହାକୁ ଜାତୀୟସ୍ତରୀୟ ମାନ୍ୟତା ମିଳିବା ନେଇ ସମସ୍ତ ପ୍ରଚେଷ୍ଟା ଜାରି ରହିଥିବା ନେଇ କହିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଏହାଛଡ଼ା ଏହି ବାଲିଯାତ୍ରା ହଜାରେ ବର୍ଷ ସହରର ଏକ ସ୍ୱତନ୍ତ୍ର ପରିଚୟ।