ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ହିର୍ମାସ୍ଥିତ ଏସଏମସି ପ୍ଲାଣ୍ଟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ପଞ୍ଚାୟତକୁ ଆଜି ସଂଧ୍ୟା ୫ଟାରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ସରପଞ୍ଚ ଅନିତା ଭଏଁଷା ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ପଞ୍ଚାୟତର ସମସ୍ତ ଦୋକନ ବଜାର ଓ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରଖିବାର ଅନୁମତି ଦିଆଯାଇ ଥିବାବେଳେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତି ଭଏଁଷା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏସଏମସି ପ୍ଲାଣ୍ଟରେ ଗତ ୨ ତାରିଖରେ ଜଣେ ଓ ୩ ତାରିଖରେ ୨ଜଣ ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବା ପାଇଁ ପ୍ଲାଣ୍ଟ ବନ୍ଦ ଦାବିରେ ଆଜି ପଞ୍ଚାୟତବାସୀ ପ୍ଲାଣ୍ଟ ଘେରାଉ କରିଥିଲେ। ଏଥିସହିତ ପ୍ଲାଣ୍ଟ ବନ୍ଦ କରି କମ୍ପାନୀ କର୍ତୃପକ୍ଷ ଗ୍ରାମରେ ସାନିଟାଇଜେସନ ଓ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ଲାକଙ୍କ ଦାବି ପରେ ପ୍ରତ୍ୟେକ ଦିନ ଗୋଟିଏ ଲୋଖାଏଁ ୱାର୍ଡ ସାନିଟାଇଜ କରାଯିବା ସହ ପ୍ରତି ୧୫ ଦିନରେ ପଞ୍ଚାୟତରେ ଗୋଟିଏ ସ୍ୱାସ୍ଥ୍ୟ ଶିବିର କରାଯିବ ବୋଲି କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ ସ୍ଥାନୀୟ ବିଡିଓ ପ୍ରସନ୍ନ ପାଣ୍ଡେ, ସରପଞ୍ଚ ଅନିତା ଭଏଁଷା, ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡାଙ୍କ ସମେତ ପୁଲିସ ଦଳ ଉପସ୍ଥିତ ଥିଲେ।