Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହିନ୍ଦୁ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ମୁସଲିମ୍ ପରିବାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହିନ୍ଦୁ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ମୁସଲିମ୍ ପରିବାର

ଦିଗପହଣ୍ଡି,୩୧ା୮/ଏନ୍ଏନ୍ଏସ୍: ହିନ୍ଦୁ ସଂସ୍କୃତିରେ ଶିଳ, ଘୋରଣା, ପେଷଣା କେଉଁ କାଳରୁ ପ୍ରଚଳିତ ହୋଇଆସୁଛି। ଦୁନିଅାଁ ଯେତେ ଆଧୁନିକ ହେଲେ ମଧ୍ୟ ଏସବୁ ପଥର ସାମଗ୍ରୀ ଉପରେ ଲୋକମାନଙ୍କର ଆଦର ରହିଛି। ଏହା ଲୋକମାନଙ୍କ ବ୍ୟବହାରରେ ଆସିବା ସହ ଏଥିପ୍ରତି ରହିଛି ଧାର୍ମୀୟ ଭାବନା। ସମୟ ଚକ୍ରରେ ଏସବୁ ପଥର ସାମଗ୍ରୀର ଚାହିଦା କମି କମି ଆସୁଛି। କିନ୍ତୁ ଏସବୁ ସାମଗ୍ରୀକୁ ବଞ୍ଚାଇବା ପାଇଁ କେତେକ ମୁସଲିମ୍ ପରିବାର ଅହରହ ସଂଗ୍ରାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ଦିଗପହଣ୍ଡିଠାରୁ ପାଟପୁର ଗଲାବେଳେ ସାହାସପୁରଠାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏଠାରେ ରହୁଛନ୍ତି ୧୫ରୁ ଊଦ୍ଧ୍ୱର୍ର୍ ମୁସଲିମ୍ ପରିବାର। ଅତ୍ୟନ୍ତ ଗରିବ ଶ୍ରେଣୀର ସେମାନେ। ଶିଳ, ଘୋରଣା, ପେଷଣା ତିଆରି କରିବା ଏମାନଙ୍କର ମୁଖ୍ୟ ଜୀବିକା। ଦୀର୍ଘ ୩୫ ବର୍ଷ ଧରି ଏହି ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି ବୋଲି କହିଛନ୍ତି ବୁଡୁ ଖାନ୍। ତାଙ୍କ କହିବା ପ୍ରକାରେ ଗତ ଏକ ଦଶନ୍ଧି ପୂର୍ବେ ଏସବୁ ପଥର ସାମଗ୍ରୀ ପ୍ରତି ଲୋକମାନଙ୍କର ଢେର ଚାହିଦା ଥିଲା। ସେଥିପାଇଁ ଏସବୁ ପଥର ସାମଗ୍ରୀ ଯୋଗାଇବା ପାଇଁ ତାଙ୍କ ପାଖକୁ ଆସୁଥିଲା ଆଗୁଆ ବରାଦ। ଏବେ ଗ୍ରାଇଣ୍ଡର ଭଳି ଅନେକ ବୈଦ୍ୟୁତିକ ସାମଗ୍ରୀ ବଜାରକୁ ଆସିବା ଫଳରେ ଶିଳ, ଘୋରଣାର ଚାହିଦା କମିଯାଇଛି। ବିବାହ ଋତୁ ଆସିଲେ ଏହାର ଅଧିକ ଚାହିଦା ରହୁଛି। କଳା ମୁଗୁନିପଥରରେ ଏସବୁ ଘରକରଣା ଜିନିଷ ତିଆରି ହୋଇଥାଏ। ଏହାକୁ ତିଆରି କରିବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରପାତିର ଆବଶ୍ୟକ ପଡିନଥାଏ। ନିହଣ ଓ ହାତୁଡିରେ ଧୈର୍ଯ୍ୟର ସହ କଠିନ ପରିଶ୍ରମ ଦ୍ୱାରା ଏସବୁ ତିଆରି ହୋଇଥାଏ ବୋଲି ସେ କୁହନ୍ତି । କଳା ମୁଗୁନିପଥର ଗୋଟିଏ ଟ୍ରଲି ପାଇଁ ୨୦୦ ଟଙ୍କା ପଡିଥାଏ। ଶିଳ, ଘୋରଣା, ପେଷଣା ଗୋଟିଏ ସେଟ୍ କରିବା ପାଇଁ ଅନ୍ତତଃ ୩ରୁ ୫ ଦିନ ଲାଗିଥାଏ। ଏଭଳି କଠିନ ପରିଶ୍ରମ ଦ୍ୱାରା ବର୍ଷ ତମାମ୍ କର୍ମ ନିଯୁକ୍ତି ଯୋଗାଡ କରିପାରୁଛନ୍ତି ବୋଲି କୁହନ୍ତି ବୁଡୁ ଖାନ୍, ଅହମଦ୍ ଅଲ୍ଲୀ ଖାନ୍ଙ୍କ ଭଳି ମୁସଲିମ୍ ଯୁବକମାନେ। ଅପରପକ୍ଷେ ବାହାଘର, ବଜ୍ରମହାକାଳି ପୂଜା, ଖୁଦୁରୁକୁଣି ଓଷା, ଶାମ୍ବ ଦଶମୀରେ ଶିଳକୁ ପୂଜା କରିବାର ପରମ୍ପରା ଉତ୍କଳୀୟ ସଂସ୍କୃତିରେ ରହିଛି। ଝିଅ ବାହାଘର ବେଳେ ଝିଅକୁ ଯେତେ ଜାନିଯୌତୁକ ଦିଆଯାଉନା କାହିଁକି, ଶିଳ, ଘୋରଣା, ପେଷଣା ସେଟ୍ ଦିଆନଗଲେ ସବୁ ବ୍ୟର୍ଥ । ଆୟୁର୍ବେଦ ଶାସ୍ତ୍ର ମତରେ ପେଷଣା ଦ୍ୱାରା ଯେଉଁ ସବୁ ଔଷଧ ତିଆରି ହୋଇଥାଏ। ଫଳରେ ଔଷଧର ଗୁଣବତ୍ତା ବଜାୟ ରହିଥାଏ ବୋଲି ଗାଁ ବୈଦ୍ୟମାନେ କହିଥାନ୍ତି। ବଟା ମସଲାରେ ପ୍ରସ୍ତୁତ ତରକାରୀ ସ୍ୱାଦ ବଢାଇଥାଏ ବୋଲି ଗୃହିଣୀ ରଜଲକ୍ଷ୍ମୀ ମଲ୍ଲିକ୍ କହିଛନ୍ତି। ବାହାଘର ଭଳି ଶୁଭ କାର୍ଯ୍ୟରେ ପେଷଣାରେ ବିରି, ମୁଗ, ହଳଦୀ ପେଷି ବ୍ୟବହାର କଲେ ଶୁଭ ହୋଇଥାଏ ବୋଲି ଦିଗପହଣ୍ଡି ସହରର ସୁଦେଷ୍ଣା ପାତ୍ର କୁହନ୍ତି। ଜାନି ଯୌତୁକ ଦେବା ସମୟରେ ଏସବୁ ପଥର ସାମଗ୍ରୀ ଦେଲେ ନବ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ପଥର ବୋଲି ଟାଣ ହୋଇଥାଏ ବୋଲି ଲୋକକଥା ଶୁଣିବାକୁ ମିଳିଥାଏ। ଏଣୁ ଦୁନିଆ ଯେତେ ଆଧୁନିକ ହେଲେ ମଧ୍ୟ ଏହି ପଥର ସାମଗ୍ରୀ ଉପରେ ଧର୍ମୀୟ ଭାବନା ଥିବାରୁ ତାହା କାଳ କାଳ ଯାଏଁ ବଞ୍ôଚଥିବ ବୋଲି ବିଶ୍ୱାସ କରାଯାଏ। ଏଣୁ ଏହି ପ୍ରାଚୀନ ହିନ୍ଦୁ ପରମ୍ପରା ବଞ୍ôଚବା ଦିଗରେ ବିଭିନ୍ନ ମହଲରୁ କ୍ରମାଗତ ଉଦ୍ୟମ ହେବା ଆବଶ୍ରକ। ଏହି ସଂସ୍କୃତି ସମ୍ପୃକ୍ତ ମୁସଲିମ୍ ପରିବାରଙ୍କୁ ସବୁଦିନ ପାଇଁ କର୍ମ ନିଯୁକ୍ତି ଯୋଗାଉଥାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।