ଦେଖୁ ଦେଖୁ ଭାସିଗଲା ଇଂରେଜ ଅମଳର ରେଳ ବ୍ରିଜ

ଶିମଲା,ଏଜେନ୍ସି: ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ସ୍ଥିତ ହିମାଚଳ ପ୍ରଦେଶ- ପଞ୍ଜାବ ସୀମା ଚକ୍କି ନଦୀ ଉପରେ ଇଂରେଜଙ୍କ ସମୟରୁ ନିର୍ମିତ ୮ ଶହ ମିଟର ଲମ୍ବା ରେଳ ବ୍ରିଜ ଦେଖୁ ଦେଖୁ ପ୍ରଖୋର ବନ୍ୟା ପାଣିରେ ଭାସିଯାଇଛି । ନଦୀରେ ହଠାତ ବନ୍ୟା ଆସିବା ପରେ ଦୁର୍ବଳ ଖମ୍ବ ସବୁ ଦୋହଲିଯିବା ସହ ବ୍ରିଜ ଭୁଶୁଡି ପଡିଛି । ଫଳରେ ବର୍ତ୍ତମାନ ନୂଆ ବ୍ରିଜେ ହେବା ଯାଏଁ ପଞ୍ଜାବର ପଠାନକୋଟ ଓ ଜ୍ୟୋତିଗିନ୍ଦ୍ର ନଗର ମଧ୍ୟରେ ଟ୍ରେନ ସେବା ବନ୍ଦ ରହିବ । ଏହି ବ୍ରିଜ ୧୯୨୮ ମସିହାରେ ଇଂରେଜ ମାନେ ନିର୍ମାଣ କରିଥିଲେ । ପଠାନକୋଟ ଓ ଜ୍ୟୋତିଗିନ୍ଦ୍ର ନଗର ଦୈନିକ ୭ଟି ଟ୍ରେନ ଚଳାଚଳ କରୁଥିଲା ।