କଙ୍ଗନାଙ୍କ ସମର୍ଥନରେ ହିମାଚଳ ମୁଖ୍ୟମନ୍ତ୍ରୀ ଦେଶ- ବିଦେଶ By Nitidin Last updated Sep 10, 2020 Share ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହିମାଚଳ ଝିଅ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଠାକୁର ଟ୍ୱିଟ କରି କହିଛନ୍ତି ଯେ, ହିମାଚଳ ଝିଅ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରାଯିବନି। ମହାରାଷ୍ଟ୍ର ସରକାର ରାଜନୈତିକ ପ୍ରତିଶୋଧ ନେବା ଆଳରେ କଙ୍ଗନାଙ୍କ ସହ ଯେଉଁ ଅତ୍ୟାଚାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଆମ ସରକାର ଓ ଦେଶର ଜନତା ଏହି ଘଟଣାକ୍ରମରେ କଙ୍ଗନାଙ୍କୁ ସମର୍ଥନ କରିବ। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମହାରାଷ୍ଟ୍ରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଓ କରଣୀ ସେନା ମଧ୍ୟ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି। ଏଥିସହିତ ଦେଶର ଅନେକ ସ୍ଥାନରେ ମହାରାଷ୍ଟ୍ର ସରକାରକୁ ଭର୍ତ୍ସନା କରାଯିବା ସହ ଜନ ଆକ୍ରୋଶ ଦେଖିବାକୁ ମିଳିଛି। Share