ଫାଇନାଲ ମୁକାବିଲା ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ

ଗୁଜରାଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ଫାଇନାଲ ମୁକାବିଲା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି । ଉକ୍ତ ମ୍ୟାଚରେ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଇତିମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସୁରକ୍ଷା, ସ୍ୱଚ୍ଛତା ଓ ଯାତୀୟତ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସମୀକ୍ଷା କରିବା ଲାଗି ବୈଠକ ଡକଯାଇଛି ।

ବ୍ୟବସ୍ଥା ସମ୍ବନ୍ଧରେ ବିସ୍ତାରରେ ସୂଚନା ଦେଇ ଅହମ୍ମଦାବାଦର ପୁଲିସ ଆୟୁକ୍ତ ଜିଏସ ମଲ୍ଲିକ କହିଛନ୍ତି ଯେ, ୬ ହଜାରରୁ ଅଧିକ ପୁଲିସ କର୍ମୀ ନିଯୁକ୍ତ ରହିବେ । ସେଥିରୁ ୩ ହଜାର ପଡ଼ିଆ ମଧ୍ୟରେ ରହିବେ । ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏନଡିଆରଏଫର ୨ଟି ଟିମ୍‌, ଚେତକ କମାଣ୍ଡୋର ୨ଟି ଟିମ୍ ଓ ବମ୍ ନିରୋଧକ ସ୍କ୍ୱାର୍ଡର ୧୦ଟିି ଟିମ୍ ନିଯୁକ୍ତ ରହିବେ ।