ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ସୂଚନା ପରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଥିବା ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦାର ସୂଚନା ଅନୁସାରେ କିଛି ଆତଙ୍କବାଦୀ ଗତ ଦିନରେ ଦିଲ୍ଲୀରେ ପ୍ରବେଶ କରିଛନ୍ତି। ଏନେଇ ପୁଲିସ ଓ ସ୍ୱତନ୍ତ୍ର ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ ଏବଂ କଶ୍ମୀର ନମ୍ବର ଗାଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଭିତରକୁ ପ୍ରବେଶ କରିବା ପାଇଁ ଥିବା ସମସ୍ତ ଜାଗାରେ ସୁରକ୍ଷା ଅଧିକାରୀ ବଢ଼ାଇ ଦିଆଯାଇଛି। ଜମ୍ମୁ କଶ୍ମୀରର ୪-୫ ଆତଙ୍କବାଦୀ ଟ୍ରକରେ ଲୁଚି ଦିଲ୍ଲୀ ମୁହାଁ ହୋଇଥିବା ଗୁଇନ୍ଦା ସୂଚନା ଦେଇଛି।