ନେରେଡିବାଲସାର ନିଃସହାୟ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ,ଏନ୍ଏନ୍ଏସ୍: ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତ ନେରେଡିବାଲସା ଗ୍ରାମର ଏକ ନିଃସହାୟ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ସୁପାରିସ କରାଯାଇଛିା ନେରେଡିବାଲସା ଗ୍ରାମର ହନ୍ତାଳ ପାତିନାଙ୍କ ଘର ଉପରେ ଗଛ ପଡିଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାରଙ୍କ ନିର୍ଦ୍ଦେଶରେ ରେଡକ୍ରସ୍ ପାଣ୍ଠିରୁ ହନ୍ତାଳ ପାତିନାଙ୍କ ସ୍ତ୍ରୀ ହନ୍ତାଳ ଇରାମାକୁ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ନେରେଡିବାଲସା ଗସ୍ତ କରି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଇରାମାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ମଧ୍ୟ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।